﻿ପ୍ରଥମ ବଂଶାବଳୀ.
2.
ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ; 
ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର। 
ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ। 
ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ। 
ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ। 
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ। 
କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା। 
ପୁଣି, ଏଥନ୍‍ର ପୁତ୍ର ଅସରୀୟା। 
ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ, 
ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା। 
ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା; 
ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା। 
ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ; 
ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ; 
ଷଷ୍ଠ ଓତ୍ସମ୍‍‍କୁ, ସପ୍ତମ ଦାଉଦଙ୍କୁ ଜାତ କଲା; 
ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର। 
ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା। 
ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର। 
ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା। 
ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା। 
ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା। 
ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା। 
ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ। 
ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା। 
ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍‍ ଓ ଅହୀୟ। 
ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା। 
ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର। 
ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର। 
ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା। 
ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା। 
ଆଉ ଅପ୍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ। 
ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା। 
ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ। 
ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା। 
ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା। 
ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା, 
ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା; 
ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା; 
ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା; 
ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା; 
ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା। 
ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ। 
ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା। 
ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା। 
ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା। 
ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା। 
ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍। 
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା। 
ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା। 
କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା; 
ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା; 
ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ। 
ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ। 
ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ। 
ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ। 
