﻿କଲସୀୟ ନାରୁଡ଼୍‌ ଗାରେ ପାଉଲ୍‌ତେ ଚିଟି.
1.
ପାଉଲ୍, ଇଶ୍ୱର୍‌ତେ ଇଚ୍ଛା ଲେକାମ୍‍ କ୍ରିଷ୍ଟ ଜିସୁନ୍‍ ୱେରଣ୍ଡ୍ ପ୍ରେରିତ, ମେଣ୍ଡେ ମାନ୍‍ ଦାଦାଲ୍ ତିମତି 
କଲସିୟତାଗ୍ ମାନ୍ଦାନ୍ ସାଦୁ ନୁ କ୍ରିଷ୍ଟ ବିଶ୍ୱାସି ଦାଦାଲଡ଼୍ ନୁ ଏଲାସ୍କ୍‍ ଗାରେ ଇଦ୍ ଚିଟି ଲେକିମିନ୍ଦେନ୍ । ମାନ୍‍ ବାବାଲ୍ ଇଶ୍ୱର୍‌ତାଗାଙ୍କ୍, ଦୟା ନୁ ଶାନ୍ତି ମୀଇ ସେଙ୍ଗେ ଆୟି । 
ମାମେ ମିଇ ସେଙ୍ଗେ ପ୍ରାର୍ତନା ମାଡ଼ାନ୍ ସମୟତେ ମାନ୍‍ ପ୍ରବୁ କ୍ରିଷ୍ଟ ଜିସୁନ୍ ବାବାଲ୍ ଇଶ୍ୱର୍‌ତିଙ୍କ୍ ସାରେଦାମ୍ ଦନ୍ୟବାଦ୍ ଇଦୁତମ୍ । 
ବାତେଙ୍କ୍‍ଇତ୍କେ ମାମେ କ୍ରିଷ୍ଟ ଜିସୁନାଗେ ମିୟାଦ୍ ବିଶ୍ୱାସ୍ ନୁ ଇଶ୍ୱର୍‌ତେ ସାରେ ନାରୁଡ଼୍ ସେଙ୍ଗେ ମିୟାଦ୍ ପ୍ରେମ ବିଷୟ କେଞ୍ଜ୍‍ତମ୍ । 
ବେସୁଙ୍କ୍‍ ସୁସମାଚାର୍‍ତେ ନିଜାମ୍‍ତାଦ୍‍ କାବୁର୍ ମିଇପାକେ ମୁନେଙ୍କ୍ ୱାତ୍‍ତେ, ମିଡ଼୍‍ ଆଦିନ୍ ତଡ଼୍ ଇତ୍‍ତାୱୁ ବର୍‍ସାତାଉ ଗଟି କେଞ୍ଜିମାତ୍‍ତିଡ଼୍ । ମିଡ଼୍ ବାତ୍‍ ବର୍‍ସା ମାଡ଼ିତିଡ଼୍, ବାତ୍‍ ମିଇ ସେଙ୍ଗେ ସ୍ୱର୍ଗତାଗ୍‍ ସୁରକ୍ଷିତ୍, ଆଦିନ୍ ପରୁ ମିଇୟାଦ୍ ବିଶ୍ୱାସ୍ ନୁ ପ୍ରେମ ମିନ୍ଦେ । 
ବେନ୍ ସୁସମାଚାର୍ ପ୍ରଚାର୍‍ତେ ସେଙ୍ଗେ ମିଡ଼୍ ମୁନେ ଇଶ୍ୱର୍‌ତେ ଅନୁଗ୍ରହ ବିଷୟ କେଞ୍ଜ୍‍ତିଡ଼୍ ନୁ ଇଦିନ୍ ସତ୍‍ ଏର୍କା ମାଡ଼୍‍ତିଡ଼୍, ଆଦ୍ ସୁସମାଚାର୍ ଇଞ୍ଜେ ସାରେ ଜଗତ୍‍ତାଗ୍ ଏକାମ୍‍ ଆଦୁତ୍‍ ନୁ ଆର୍ଶିବାଦ୍‌ ତାତୁତେ । 
ମାନ୍‍ ପାକାଙ୍କ୍ କ୍ରିଷ୍ଟନ୍ ବିଶ୍ୱାସ୍ତେ ସେବକ୍‍ ନୁ ମାନ୍‍ ଗାଟି ପ୍ରିୟ ଏପାପ୍ରା ନାଗାଙ୍କ୍ ମିଡ଼୍ ଇଶ୍ୱର୍‌ତେ ଇଦ୍ ଅନୁଗ୍ରହ ବିଷୟ ପୁଞ୍ଜ୍ ମିନ୍ଦେଡ଼ି । 
ପବିତ୍ରଆତ୍ମା ମିକିଙ୍କ୍ ଇସ୍‍ମାନ୍ଦାନ୍ ପ୍ରେମ ବିଷୟ୍ ଅଣ୍ଡ୍‌‍ ମାନାଙ୍କ୍ କେସ୍‍ମିନ୍ଦେନ୍ । 
ଇଦିନ୍‍ ମାୟ୍‍ଦିଙ୍କ୍‍ ମୀଇ ବିଷୟତେ କେଞ୍ଜାନ୍ ୱେଲେକନ୍ସ୍ ମାମେ ସାରେଦାମ୍ ମିଇ ସେଙ୍ଗେ ପ୍ରାର୍ତନା ମାଡ଼ୁତମ୍ । ପବିତ୍ରଆତ୍ମାତଡ଼୍ ଇସ୍‍ମାନ୍ଦାନ୍ ସାରେ ଜ୍ଞାନ୍ ନୁ ପୁନ୍ଦାନ୍ ଶକ୍ତି ତଡ଼୍ ଇଶ୍ୱର୍‌ତେ ଇଚ୍ଛା ପୁରା ମିଡ଼୍‍ ବେଲାନ୍ ପୁନ୍ଦେ ପାର୍‍ଦ୍‍ତିଡ଼୍, ଆଦିନ୍ ମାୟ୍‍ଦିଙ୍କ୍‍ ମିଇ ସେଙ୍ଗେ ମାମେ ପ୍ରାର୍ତନା ମାଡ଼ୁତମ୍ । 
ଆଲେକେ, ମିଡ଼୍ ପ୍ରବୁନ୍‍ ଇଚ୍ଛା ଲେକାମ୍ ବାଦ୍‍କେ ପାର୍‍ଦ୍‍ତିଡ଼୍ ନୁ ଅନାଦ୍‌ ପସନ୍ଦ୍‍ ଲେକେତ୍ କାମ୍ ମାଡ଼େ ପାର୍‍ଦ୍‍ତିଡ଼୍ । ମୀୟାଦ୍ ଜିୱେତାଗ୍ ସାରେ ଲେକାତ୍ ସାୟେତ୍ କାମ୍ ମାଡ଼େ ପାର୍‍ଦ୍‍ତିଡ଼୍ ନୁ ଇଶ୍ୱର୍‌ତେ ବିଷୟତେ ମିୟାଦ୍ ଜ୍ଞାନ୍ ନାର୍ଗେ ଆଦ୍‍ତେ । 
ଗାଡ଼୍‍ସ୍‍ଆସ୍‍ ମିଇଡ଼୍ ବେଲାନ୍ କି ସାରେ ବିଷୟ ସୟେମ୍‍ ମାଡ଼ିତିଡ଼୍, ଅଦିନ୍‌ ସେଙ୍ଗେ ଅନାଦ୍‌ ଗୌରବ୍‍ମୟ ଶକ୍ତିତଡ଼୍ ମିଡ଼୍‍ ଶକ୍ତି ଆୟ୍‍ମୁଟ୍‍ । 
ବାବାଲ୍ ଇଶ୍ୱର ୱେସିନ୍‍ ରାଜ୍ୟତାଗ୍ ତାନ୍‍ ନାରୁଡ଼୍‍ ସେଙ୍ଗେ ବାତ୍‍ ଲେକେତ୍ ନେଃଏତଣ୍ଡ୍, ଆଦିନ୍ ବାଗିଦାର୍‍ ଆଦାନ୍ ସେଙ୍ଗେ ଅଣ୍ଡ୍‌ ଯେ ମିକିଙ୍କ୍ ଯୋଗ୍ୟ ମାଡ଼୍‍ତନ୍, ଅଦିନ୍‌ ସେଙ୍ଗେ ୱେଡ଼୍‍କେତେ ଅଙ୍କ୍‌ ଦନ୍ୟବାଦ୍ ଇମୁଟ୍ । 
ଅଣ୍ଡ୍‌ ଇକାଡ଼୍‍ ଶକ୍ତିତାଗାଙ୍କ୍ ମାନାଙ୍କ୍ ରକ୍ଷା ମାଡ଼୍‍ତନ୍ ନୁ ବିପଦ୍ ଇଲ୍‍ୱେ ଜାଗେତାଗ୍ ମାନାଙ୍କ୍ ତାନ୍ ପ୍ରିୟ ପ୍ରେମ ମାରିନ୍ ରାଜ୍ୟତାଗେ ତାତ୍‍ତନ୍ । 
ଆ ମାରିନ୍‍ ତଡ଼୍ ମାନାଡ଼୍ ମୁକ୍ତି ଆତ୍‍ତାଡ଼୍, ଇତ୍‍କେ ମାନାଦ୍‍ ପାପ୍‌ କ୍ଷମା ଆତ୍‍ତେ । 
କ୍ରିଷ୍ଟ, ତନ୍ଦ୍‍ଇଲ୍‍ୱେ ଇଶ୍ୱର୍‌ତେ ତନ୍ଦାନ୍ ରୁପ ଲେକାମ୍ । ଅଣ୍ଡ୍‌ ମୁନେଙ୍କ୍ ପୁଟ୍‍ତେ ମାର୍‍ ନୁ ସାରେ ସୃଷ୍ଟିତାଗାଙ୍କ୍ ଅଣ୍ଡ୍‌ ବାଡ଼୍‍ୟଣ୍ଡ୍ । 
ବାତେଙ୍କ୍ଇତ୍କେ ଅନ୍‌‍ତଡ଼୍ ଇଶ୍ୱର୍‍ ସ୍ୱର୍ଗତାଗ୍ ନୁ ପୃତିବିତାଗ୍ ସାରେ ଦୃଶ୍ୟ ନୁ ଆଦୃଶ୍ୟ ଜିନିଷ୍, ତେର୍‍ୱେ ଲେକାତ୍ ନାର୍ଗେଶକ୍ତି, କର୍ତ୍ତାଲଡ଼୍, ଶାସନ୍‍ ମାଡ଼ାନଡ଼୍ ନୁ ସାରେତଡ଼୍ ଅଦିକାରିଡ଼୍‍କ୍ ତିଆର୍ ମାଡ଼୍‍ତନ୍ । ଅନ୍‌‍ ତଡ଼୍ ନୁ ଅନ୍‌ ସେଙ୍ଗେ ଇଶ୍ୱର୍‍ ସାରେ ବିଶ୍ୱତିଙ୍କ୍ ତିଆର୍ ମାଡ଼୍‍ତନ୍ । 
ସାରେ ବିଷୟ ତିଆର୍‍ତେ ମୁନେଙ୍କେ ଅନାଦ୍‌ ଅସ୍ତିତ୍ୱ ମାତ୍‍ତେ ନୁ ଅନ୍‌‍ ତଡ଼୍ କାଇଲାନ୍ ପେର୍କେ ସାରେ ବିଷୟ ନିଜର୍ ତିଆର୍‍ତେ ଜାଗାନାଗ୍ ବେଗେତାୱୁ ଆଗେ ମାତ୍‍ତା । 
ଅଣ୍ଡ୍‌‍ ତାନ୍ ଉପାସନା ମଣ୍ଡଲି ଲେକାମ୍‍ତେ ମେନ୍ଦୁଲ୍‍ତେ ତାଲ୍‍ଲେ ଲେକାମ୍‍; ଆଦ୍ ମେନ୍ଦୁଲ୍‍ତେ ଅଣ୍ଡ୍‌ ଜିୱୁନ୍‍ ଶକ୍ତି, ଡଲ୍‍ତାଗାଙ୍କ୍‍ ତେଏଦ୍‍ତେନଣ୍ଡ୍‍ ଅଣ୍ଡ୍‌‍ ମୁନେନ୍‍ ପୁଟ୍‍ତେ ମାର୍‍ । ଆଦିଙ୍କ୍‍ ସାରେ ବିଷୟତେ ପ୍ରତମ୍‍ତେ ପଡ଼ିୟେ ଦର୍‍କାନ୍ ସେଙ୍ଗେ ଅଣ୍ଡ୍‌ ଯୋଗ୍ୟ ଆତ୍‍ତନ୍ । 
ବାତେଙ୍କ୍‍ଇତ୍କେ ଇଶ୍ୱର୍‌ତେ ଇଚ୍ଛାତେ ମାର୍‍ ନିଜେ ଇଶ୍ୱର୍‌ତେ ପୁରା ରୁପ୍ ପୟ୍‍ତଣ୍ଡ୍‍ । 
ମାରିନ୍‍ ତଡ଼୍ ଇଶ୍ୱର୍‍ ସାରେ ବିଶ୍ୱତିଙ୍କ୍ ନିଜର୍‍ ଗାରେ ମାଲ୍‍ପି ତାତାନଙ୍କ୍ ଇଚ୍ଛା ମାଡ଼୍‍ତନ୍ । କ୍ରୁଶତାଗ୍ ତାନ୍ ମାରିନାଦ୍ ଡଲ୍‍ତାଦିନ୍ ତଡ଼୍ ଇଶ୍ୱର୍ ଶାନ୍ତି ମାଡ଼୍‍ତନ୍ ମେଣ୍ଡେ ପୃତିବି ନୁ ସ୍ୱର୍ଗତାଗ୍ ମାନ୍ଦାନ୍ ସାରେ ବିଷୟତିଙ୍କ୍ ନିଜର୍‍ ଗାରେ ମାଲ୍‍ପି ତାତ୍‍ତନ୍ । 
ଅଣ୍ଡୟ୍‌‍ ସମୟତେ କାରାପ୍ ଚିନ୍ତା ନୁ କାରାପ୍ କାମ୍ ମାଡ଼ମାନ୍‍ନାକ୍ ମିଡ଼୍ ଇଶ୍ୱର୍‌ତାଗାଙ୍କ୍ ଯେକା ମାତ୍‍ତିଡ଼୍ ନୁ ଅନ୍‌ ଶତ୍ରୁ ମାତ୍‍ତିଡ଼୍ । 
ଇତ୍କେ ଇଞ୍ଜେ ଇଶ୍ୱର୍‍ ମିକିଙ୍କ୍ ପବିତ୍ର, ସିଦ୍ଦ ନୁ ନିର୍ଦୋଷ୍‍ ଲେକାମ୍ ଅନ୍‌ ମୁନେ ତାତାନ୍‍ ସେଙ୍ଗେ ତାନ୍ ମାରିନ୍ ମେନ୍ଦୁଲ୍‍ ଡଲ୍‍ତାଦିନ୍ ତଡ଼୍ ମିକିଙ୍କ୍ ନିଜର୍‍ ତଡ଼୍ ମେଣ୍ଡନ୍‍ଦାମ୍‍ କାଲ୍‍ପି ମିନ୍ଦେଣ୍ଡ୍ । 
ମିଡ଼୍ ଅଣ୍ଡୟ୍‌ ଡ଼ୁଟାଙ୍ଗ୍ ନୁ ନିଜାମ୍ ମୂଲଦୁଆ ପରୁ ତିଆତ୍‍ଆସ୍ ମାନୁଟ୍ ନୁ ସୁସମାଚାର୍ କେଞ୍ଜାନ୍ ୱେଲେ ବେନେ ଆଶେ ଦର୍‍କି ମାତ୍‍ତେ, ଆଗେଙ୍କ୍‍ ଦାନ୍ଦେ ଆଦାନଙ୍କ୍ ନିଜେତିଙ୍କ୍ ପଡ଼୍‍ୟି ଇମାଟ୍ । ଆଦ୍ ସୁସମାଚାର୍ କେ ପୃତିବିତେ ସାରେତଡ଼୍ ଗାରେ ପ୍ରଚାର୍ ଅଦୁତ୍ ନୁ ନାନ୍ ପାଉଲ୍, ଅନ୍‌‍ୱାଦ୍ ୱେରନ୍ ବିଶ୍ୱାସ୍ତେ ଦାସନ୍ । 
ଇଞ୍ଜେ ମି ସେଙ୍ଗେ ବେନ୍ ଦୁଃକାମ୍ କଷ୍ଟ ସେଙ୍ଗେ ନାନ୍ ୱେଡ଼୍‍କ୍‍ତାନ୍ । ବାତେଙ୍କ୍‍ଇତ୍କେ ନାୟାଦ୍ ମେନ୍ଦୁଲ୍‍ ଦୁଃକାମ୍‍ ତଡ଼୍ ନାନ୍ କ୍ରିଷ୍ଟନ୍ ମେନ୍ଦୁଲ୍ ଲେକାମ୍ ମଣ୍ଡଲି ପାକାଙ୍କ୍ କ୍ରିଷ୍ଟନ୍ ଦୁଃକାମ୍‍ତେ ବାକି ଦୁଃକାମ୍‍ତିଙ୍କ୍ ପୁରା ମାଡ଼ାନ୍‍ ସେଙ୍ଗେ ନାନ୍ ସାହାଯ୍ୟ ମାଡ଼ୁତାନ୍ । 
ମୀଇ ସାୟେତ୍ ସେଙ୍ଗେ ଇଦ୍ କାମ୍ ମାଡ଼ାନ୍ ସେଙ୍ଗେ ନାନ୍‍ ଇଶ୍ୱର୍‌ତଡ଼୍ ମଣ୍ଡଲିତେ ୱେରନ୍ ଦାସ ଲେକାମ୍ ହେଞ୍ଚି ମିନ୍ଦେନ୍ । ଅନାଦ୍‌ ସୁସମାଚାର୍ ପୁରାପୁରି କେତାନାଦ୍ ନାୟାଦ୍ କାମ୍ । 
ଆଦ୍ ସୁସମାଚାର୍ ୱେରଡ଼୍ ଲେକେତ୍ ବିଷୟ୍ । ଯୁଗ୍‍ଯୁଗ୍ ପଇସ୍ ଇଶ୍ୱର୍ ସାରେତଡ଼ାଗାଙ୍କ୍ ଇଦ୍ ମିଞ୍ଜିସ୍ପି ନେହେସ୍ ମାତ୍‍ତନ୍, ବାତେଙ୍କ୍‍ଇତ୍କେ ଇଞ୍ଜେ ତାନ୍ ନାରୁଡ଼୍ ପାକେ କେସ୍‍ ମିନ୍ଦେନ୍ । 
ତାନ୍ ନାରୁଡ଼୍‍କିଙ୍କ୍ ଆଦ୍ ମିଞ୍ଜ୍‍ତେ ଗଟ୍ କେଞ୍ଜ୍‍ପାନଙ୍କ୍ ଇଶ୍ୱର୍‌ତେ ଇଚ୍ଛା ମାତ୍‍ତେ । ଅନାଦ୍‌ ଇଦ୍ ନାର୍ଗେ ମୁଲ୍ୟ ନୁ ଗୌରବ୍ ଲେକେତ୍ ଗଟ୍ ସାରେ ନାରୁଡ଼୍ ଜାତିତେ ସେଙ୍ଗେ ଦର୍‍କାର୍ । ଇଦ୍ ଗଟ୍ ଅଦୁତ୍, କ୍ରିଷ୍ଟ ମୀଇ ଲୋପେ ମିକା ମିନ୍ଦେନ୍ । ଇଦିନ୍ ଅର୍ତ, ମିଡ଼୍ ଇଶ୍ୱର୍‌ତେ ଗୌରବ୍‍ତଡ଼ି । 
ଆଦିନ୍ ସେଙ୍ଗେ ମାନାଡ଼୍ ସାରେତଡ଼୍ ପାକେ କ୍ରିଷ୍ଟଙ୍କ୍ ପ୍ରଚାର୍ ମାଡ଼ୁତାଡ଼୍ । ସାରେତଡ଼୍‍କ୍ କ୍ରିଷ୍ଟନ୍‍ତଡ଼୍ କାଲ୍‍ପି ମିକା ଅଣ୍ଡୟ୍‌‍ ଲେକେତ୍ ନାରୁଣ୍ଡ୍ ଲେକାମ୍ ଇଶ୍ୱର୍‌ତେ ମୁନେ ନିଲ୍‍ସ୍ପିତାଡ଼୍, ମାନାଦ୍‍ ସାରେ ବୁଦ୍‍ଜ୍ଞାନ୍ ବ୍ୟବହାର୍‌ ମାଡ଼ି, ସାରେତଡ଼୍‍କ୍ ଚେତନା ନୁ ଶିକ୍ଷା ଇସମିନ୍ଦେମ୍ । 
ଇଦିଙ୍କ୍ ପୁରା ମାଡ଼ାନ୍‍ ମାୟ୍‍ଦିଙ୍କ୍ ନାୟାଗେ ମାନ୍ଦାନ୍ କ୍ରିଷ୍ଟ ଇତ୍‍ତେ ମହାନ୍ ଶକ୍ତିତିଙ୍କ୍ ବ୍ୟବହାର୍ ମାଡ଼ି ନାନ୍ ଜିୱେ ଅପି ଚେଷ୍ଟା ମାଡ଼ୁତାନ୍‍ ନୁ ପାଡ଼୍‍ୟି ମାଡ଼ୁତାନ୍ । 
