﻿ଗାଲାତିୟ.
4.
ମାତର୍‌ ନାନ୍‌ ୱେର୍‌ସିନା ମାରିସି ବୁବାସିଦି ୱିଜୁ ଦନ୍‍ତି ଅଦିକାରି, ମାତର୍‍ ୱିଜୁ ବିସୟ୍‍ତି ମାଲିକ୍‌ ଆତିଙ୍ଗ୍‍ଁ ବା ପିର୍‍ଇ ବୟସ୍‍ ମାନି ସାନ୍ଦି ୱାନ୍‍ ସାକର୍‌ତି ୱାଜା ତେବାନାନ୍‍ । 
କଡ଼ ବେଡ଼ାଦୁ, ୱାନି ବୁବାସିଦି କିତି ସମୟ୍‍ ସାନ୍ଦି ଆଇକାର୍‌ ଜାତୁନ୍‍ ଅନାର୍‍ ମାରି ୱିଜୁ ବିସୟ୍‍ତି ଜାତୁନ୍‍ କିନାର୍‍ । 
ଟିକ୍‌ ଆୟାୱାଜା ମାପ୍‍ ବା ଆତ୍ମିକ ଜିବନ୍‍ତୁ ପିର୍‍ନି ଆଗ୍‍ଡ଼ି, ଦୁନିଆ ମୁସ୍‍କୁ ସାସନ୍‍ କିଜିମାନି ସାକ୍ତିଙ୍ଗାଁ ଦାସ୍‍ ମାର୍ହିକା । 
ସାରାସାରି ଏସ୍ତିୱାଲେ ଟିକ୍‍ ସମୟ୍‍ ୱାତାତ୍‍, ମାପୁରୁ ୱାନି ନିଜେ ମାରିସିଙ୍ଗ୍‍ଁ ପକ୍‍ତାନ୍‍ । ଅରେତ୍‌ ସାମାନ୍‌ତି ଆଇମା ପଟାଦାନ୍‍ ୱାନ୍‌ ଜନମ୍‍ ଆଜି ଜିହୁଦିଲୋକା ନିୟମ୍‍ତି ଅଦିକାର୍‍ତାନ୍‍ ଜିତାନ୍‌ । 
ଏଣ୍ତେସ୍‌ ୱାନ୍‌ ସାମାନ୍‌ ଡାବୁଙ୍ଗୁଁ ସିଜି ଆୟା ନିୟମ୍‍ତି ଗାଟିଦାନ୍‍ ଆଇୱାରିଙ୍ଗ୍‌ ମୁକୁଡ଼ା କିନିକା ମାରି ୱାରିଙ୍ଗ୍‍ଁ ମାପୁରୁଦି ମାରିସି ଆନି ସାରି ସିନିକା ୱାନି ଜିବନ୍‍ତି ବଦା ମାର୍ହାତ୍‍ । 
ମିର୍‍ ଜେ ମାପୁରୁଦି ମାରିସି, ଇକା ପାର୍‌ମାଣ୍‌ କିଦେଙ୍ଗ୍‍ ଇଜି, ମାପୁରୁ ୱାନି ମାରିସିଦି ପବିତ୍ର ଆତ୍ମାଦିଙ୍ଗ୍‍ଁ ମା ଜିବନ୍‍ତୁ ପକ୍‍ତାମାନାନ୍‍ । ଆୟା ପବିତ୍ର ଆତ୍ମା ଆଉଲିଦାନ୍‍ ଇଜିନାତ୍, “ବୁବା ! ଏ ନା ବୁବା !” 
ଆଦେଙ୍ଗ୍‍ଁ ମିର୍‍ ମାରି କଟିସାକର୍‌ ଆଇଦେର୍‍, ମାତର୍‌ ମାରିସି ଆତିମାନିଦେର୍‌ । ମିର୍‍ ୱାନି ମାରିସି ଗାଡ଼ିସି ଆତିମାନିଙ୍ଗ୍‌, ମାପୁରୁ ୱାନି ମାରିନ୍‌ ଗାଡ଼ିସି ଉଣ୍ତିଙ୍ଗ୍‍ଁ ଆମାକା ଇଟ୍‍ଟା ମାନାର୍‍, ଆୟାୱିଜୁ ମିଙ୍ଗିଁ ଦାନ୍‍ କିନାନ୍‍ । 
ଆଗ୍‍ଡ଼ି ମିର୍‍ ମାପୁରୁଙ୍ଗ୍‍ଁ ନେସ୍‍ଇମାର୍ହିଦେର୍‍, ଆଦେଙ୍ଗ୍‍ଁ ଏମେକାର୍‍ ସତ୍‍ତାନ୍‍ ମାପୁରୁ ଆଏର୍‍, ଆୟାନାନି ମିଚ୍‍ ଦିୟାମ୍‍କା ଦାସ୍‍ ମାର୍ହିଦେର୍‍ । 
ମାତର୍‍ ଇଲେଇ ମିର୍‍ ମାପୁରୁଙ୍ଗ୍‍ଁ ନେସ୍‍ତିମାନିଦେର୍‍, ମାରିବା ନାନୁ ଇନା, ଇଲେଇ ମାପୁରୁ ମିଙ୍ଗିଁ ନେସ୍‍ତାମାନାନ୍‍ । ଆର୍‍ତିଙ୍ଗ୍‍ଁ ଇକା ଏଣ୍ତେସ୍‍ ଆଦେଙ୍ଗ୍‍ଁ ଆଟ୍‍ନାତ୍‍ ଜେ, ମିର୍‍ ମାରିଡ଼େସି ଆୟା ବପୁସିଲି, ଇନିକାସିଲି ଦିୟାମ୍‍କା ଲାକ୍‍ତୁ ଡ଼େସି ସନ୍‍ଡ୍ରେଙ୍ଗ୍‍ଁ ବଦାକିଜିନିଦେର୍‍ ? ମିର୍‍ ଏନ୍ଦା ମାରିଡ଼େସି ଆୟାୱାନିକା ଦାସ୍‍ ଆଦେଙ୍ଗ୍‍ଁ ବଦା କିଜିନିଦେର୍‍ ? 
ଦୁକ୍‍ତି ମାଟା, ମିର୍‍ ଏସ ଦିନ୍‍, ଲେଜୁ, କାଡ଼ା ନି ବାର୍ସୁ ଉଣ୍ତିଙ୍ଗ୍‍ଁ ମନ୍‍ଦିୟାନ୍‌ ସିଜିନିଦେର୍‍ । 
ନାନୁ ମି ଉଣ୍ତିଙ୍ଗ୍‍ଁ ନାଣ୍ତ ସିନ୍ତା କିଜିନା । ମି ଉଣ୍ତିଙ୍ଗ୍‍ଁ ନା ୱିଜୁ ପାଣି ଇନିକା ବେକାର୍‌ ଆତାମାନାତ୍‍ ? 
ତଡ଼ାନ୍‍କୁ ନି ତାଙ୍ଗିଁକ୍, ମିଙ୍ଗିଁ ବାତିଙ୍ଗ୍‍ଁମାଲ୍‍ଜିନା, ନା ୱାଜା ଆଦୁ । ନାନୁ ମି ୱାଜା ଆତାମାନା ମାରି ମିର୍‍ ନା ଉଣ୍ତିଙ୍ଗ୍‍ଁ ଇନି ଅନ୍ୟାୟ୍‌ କିଇଦେର୍‍ । 
ନାନୁ ଆଗ୍‍ଡ଼ି ଏନ୍ଦା ମି ଲାକ୍‍ତୁ ସୁସମାଚାର୍‌ ପ୍ରଚାର୍‍ କିତାମାର୍ହା, ଆକା ଏତ୍‍ କିଦୁ । ନାସ୍ତିୱାଲେ ନା ମେନ୍ଦଲ୍‌ ନେଗେନ୍‍ ସିଲେତାଆକା ଆୟାୱାଜା କିତାମାର୍ହା । 
ମାତର୍‍ ନା ମେନ୍ଦଲ୍‍ତି ଅବସ୍ଥା ମି ତରିନ୍‍ ରିସାଦିୱାଜା ଆତିମାର୍‌ଇରିଙ୍ଗ୍‍ଁ, ନିନ୍‌ ନାଙ୍ଗିଁ ଅମାନ୍ୟ ନି ଡ଼ିସ୍‌ଇତି ମାର୍‍ଇ, ମାତର୍‍ ନାଙ୍ଗିଁ ଉନ୍‍ଣ୍ତ୍ରି ମୁସ୍‍କୁପୁର୍‍ତି ଦୁତ୍‍ ୱାଜା ମାନାତିମାର୍ହିଦେର୍‍ । କ୍ରିସ୍ତ ଜିସୁଙ୍ଗୁଁ ନିନ୍‌ ଏଣ୍ତେସ୍‍ ମାନାତିଦେର୍‍ମାନ୍ଦି, ଆୟାୱାଜା ନାଙ୍ଗିଁ ବା ମାନାତିମାର୍ହିଦେର୍‍ । 
ମିର୍‍ ଏସା ୱେଡ଼ିକା ସିଲିତିଦେର୍‍ ! ମାତର୍‍ ଇଲେଇ ଇନିକା ଆତାମାନାତ୍‍ ? ମି ବିସୟ୍‍ତାନ୍‍ ନାନୁ ଇୟା ସାକିୟ୍‌ ଡାଟ୍‍ତାନ୍‍ ଇନ୍‍ଡ୍ରେଙ୍ଗ୍‍ଁ ଆଟ୍‍ନା ଜେ, ଆଦେଙ୍ଗ୍‍ଁ ଆଟ୍‍ତିଙ୍ଗ୍‍ଁ, ମିର୍‍ ନିଜେ ନିଜେଦି କାଣୁକୁ କୁତ୍‍ସି ତାସି ନାଙ୍ଗିଁ ସିଦେଙ୍ଗ୍‌ ଆଟ୍‍ତିଦେର୍‍ମାନ୍ଦି । 
ମାତର୍‍ ଇଲେଇ ନାନୁ ସତ୍‍ ଇର୍‌ଆ ମାନାଆକା ଇନିକା ମି ସାତ୍ରୁ ଆତାମାନା ? 
ଆୟା ଆଇ ଲୋକୁ ମି ନେଗେନ୍‍ କିନି ଉଣ୍ତିଙ୍ଗ୍‍ଁ ନାଣ୍ତ ୱେଡ଼ିକା ତର୍‍ଆୟ୍‍ ଆନାର୍‍ । ମାତର୍‍ ଇବେ ୱାରି ସତ୍‍ ଉଦେସ୍‍ ସିଲେତ୍‍ । ୱାରି ଉନ୍‌ଡ୍ରେମାତର୍‌ ବଦା, ଏଣ୍ତେସ୍‍ ମିର୍‌ ନା ଉଣ୍ତିଙ୍ଗ୍‍ଁ ୱେର୍‍ଏ ଆଜି ୱାରି ଉଣ୍ତିଙ୍ଗ୍‌ ମନ୍‍ ସିନିଦେର୍‍ । 
ସତ୍‍ ଉଦେସ୍‍ ଅସି ୱେଡ଼ିକା ଆନିକା ସାଲାକି, କେବଲ ନାନୁ ମି ୱାଲେ ତେବାତିମାର୍‌ଇ ବେଡ଼ାଦୁ ସିଲେ, ମାତର୍‍ ୱିଜୁଦିନ୍ ମିର୍‍ ତେନି ସତ୍‍ତିକା ତର୍‌ନିକା ମାନାତ୍‍ । 
ଏ ନା ଲାଡ଼୍‍ତି କଡ଼ର୍‍, ମିଙ୍ଗିଁ କ୍ରିସ୍ତଦି ୱାଜା କିଜି ତିଆର୍‍ କିଦେଙ୍ଗ୍‍ଁ ନାନୁ ମାରିଡ଼େସି ଜନମ୍‍ କିନି ୱିସାମ୍‍ କାସ୍ଟୁ ଏତ୍‌ କିଜିନା । 
ନାନୁ ଇଲେଇ ମି ଲାକ୍‍ତୁ ତେବାତାମାନ୍ଦି ଇଜିନା ବଦା, ଆର୍‍ତିଙ୍ଗ୍‍ଁ ଆନାତ୍‍ ମି ବିସୟ୍‍ତାନ୍‍ ନା ଆଇ ରକମ୍‍ତି ସିନ୍ତା ଆତାତ୍‍ମାନ୍ଦି । ସତ୍‍ତାନ୍‍ ମି ଉଣ୍ତିଙ୍ଗ୍‍ଁ ନାନୁ ନାଣ୍ତ ସିନ୍ତାକିଜିନା । 
ଏମେକାର୍‍ ନିୟମ୍‍ତି ଆଡ୍‍ଗି ତେବାଦେଙ୍ଗ୍‍ଁ ବଦାକିନାର୍‍, ନାନୁ ୱାରିଙ୍ଗ୍‍ଁ ୱେନ୍‍ବାନା, ନିୟମ୍‍ତୁ ଇନିକା ରାସାତାମାନାତ୍‍, ଆକା ମିର୍‍ ନେସ୍‍ଇଦେର୍‍ ? 
ଆବେ ରାସାତିମାନି, ଅବ୍ରାହାମତି ରିଏର୍‌ ମାରିସିର୍‍ ମାର୍ହାର୍‍, ଅରେନ୍‍ କଟିଆଇମାଦି ମାରିସି ମାରି ଆଇକାନ୍‍ ୱାନି ନିଜେଦି ଆଡ଼୍‍ସିଦି ମାରିନ୍‌ । 
କଟିଆଇମାଦି ମାରିସି ମାମୁଲିଦାନ୍‍ ଜନମ୍‍ ଆତାମାର୍‌ର୍ହାନ୍‍ । ମାତର୍‍ ୱାନି ନିଜେ ଆଡ଼ିଦି ମାରିନ୍‍ ମାପୁରୁଦି ପାର୍‍ମାଣ୍‍ ଇସାବ୍‍ତାନ୍‍ ଜନମ୍‍ ଆତାମାର୍ହାନ୍‍ । 
ତେନିଙ୍ଗ୍‍ଁ ଉନ୍‍ଣ୍ତ୍ରି କାତା ୱାଜା ଆସ୍‍ତେଙ୍ଗ୍‍ଁ ଆନାତ୍‍ । ଇୟା ରୁଣ୍ତି ଆଇମେକ୍‍ ରୁଣ୍ତି ନିୟମ୍‍ତି ୱାଜା । ଆମାତାନି ମାରିସି ଦାସ୍‍ତି ଗାଟିଦାନ୍‍ ଜନମ୍‍ ଆତାମାର୍ହାନ୍‍, ଆୟା ହାଗାର୍‍, ସିନୟ ଗରନ୍‌ତାନ୍‍ ୱାତିମାନି ନିୟମ୍‌ତି ସିନା ୱାଜା । 
ଆରବ ଦେସ୍‍ତୁ ମାନି ସିନୟ ଗରନ୍‌ତି ୱାଜା ହାଗାର୍‍ ଇଲେଇତି ଜିରୁସାଲାମ୍‍ ଗାଡ଼୍‍ ୱାଜା । ହାଗାର୍‍ ୱାଜା ଜିରୁସାଲାମ୍‍ ନି ଆବେଣି ଲୋକୁ ଇଲେଇ ଦାସ୍‍ତି ଗାଟିଦୁ ତରାୟ୍‍ ଆତାମାନାର୍‌ । 
ମାତର୍‍ ମୁସ୍‍କୁପୁର୍‍ତି ଜିରୁସାଲାମ୍‍ ମୁକୁଡ଼ାତାମାନାତ୍‍ ମାରି ଆକା ମା ୟାୟା, 
ଇରିଙ୍ଗ୍‍ଁ ସାସ୍ତ୍ରଦୁ ରାସାତାମାନାତ୍‍, “ଏ ବାଞ୍ଜି ଆଇମା, ନିନୁ ୱେଡ଼ିକା ଆଆ ! ଏସ୍‍କାଙ୍ଗ୍‍ଁ ଜନମ୍‍ କିନି ୱିସାମ୍‍ ନେସ୍‍ଇମାରିଙ୍ଗ୍‍ଁ ବା, ୱେଡ଼ିକା ଆଆ । ଇରିଙ୍ଗ୍‍ଁ କନ୍‍ଲିୱାଲେ ତେବାଜିମାନି ଆଡ଼ି ବାଦ୍‍ଲୁ ଅରେତ୍‍ ଡ଼ିସ୍‍ତି ଆଇମାଦି କଡ଼କକ୍ରାରି ସଂକିୟା ନାଣ୍ତ ଆନାର୍‍ ।” 
ଏ ତଡ଼ାନ୍‍କୁ ନି ତାଙ୍ଗିଁକି, ଇସ୍‍ହାକ୍‍ତି ୱାଜା ଇଲେଇ ମିର୍‌ ମାପୁରୁଦି ପାର୍‍ମାଣ୍‍ କିତି କଡ଼ର୍‍ । 
ଅର୍‍ଲେନ୍‍ ନେସ୍‌ନିୱାଜା ଜନମ୍‍ କିତିମାନି ମାରିସି ମାପୁରୁଦି ପବିତ୍ର ଆତ୍ମାଦି ମାଣାନ୍‍ ଜନମ୍‍ ଆତିମାନି ମାରିସିଙ୍ଗ୍‍ଁ କାସ୍ଟୁ ସିତାମାର୍ହାର୍‌ । ଆୟାୱାଜା ଇଲେଇବା କିଜିନିଦେର୍‌ । 
ମାତର୍‍ ଇୟା ବିସୟ୍‌ତାନ୍‌ ଦାର୍ମୁସାସ୍ତ୍ର ଇନିକା ଇନାତ୍‍ ? ଆବେ ରାସାତାମାନାତ୍‍, “କଟିଦାସି ନି ତାନି ମାରିସିଙ୍ଗ୍‍ଁ ପେର୍‍ଦୁ, ଇରିଙ୍ଗ୍‍ଁ ନିଜେ ଆଇମାଦି ମାରିସି ୱାଲେ କଟିଦାସିଦି ମାରିସି ବୁବାରି ଦନ୍‍ତୁ ମିସାଦେଙ୍ଗ୍‍ଁ ଆଟ୍‍ଏନ୍‍ ।” 
ଆଦେଙ୍ଗ୍‍ଁ ଏ ନା ତଡ଼ାନ୍‍କୁ ତାଙ୍ଗିଁକ୍, ମାଡ୍‍ କଟିଦାସିଦି କଡ଼ର୍‍ ଆଏଟ୍‍, ମାତର୍‌ ପେଡ଼ିଆତି ଆଇମାଦି କଡ଼ର୍‍ ୱାଜା । 
