﻿୨ କରିନ୍ତିୟ.
6.
ମାପୁରୁଦି ଉଣ୍ତିଙ୍ଗ୍‌ ଅର୍‌ସେ ପାଣି କିତିମାନିଙ୍ଗ୍‌ ମାପ୍‌ ମିଙ୍ଗିଁ ମାଡ଼ିସ୍‍ କିଜିନାପ୍, ମି ଜିବନ୍‌ତୁ ମାପୁରୁଦି ଦୟା ଆରେଏ କିମାଟ୍‌ । 
ୱେନ୍‌ଡ୍ରୁ ଆମାକା ମାପୁରୁ ଇନାନ୍‌ : “ମି ଉଣ୍ତିଙ୍ଗ୍‌ ଦୟା ତର୍‌ନି ବେଡ଼ା ୱାତିମାନିଙ୍ଗ୍‌ ନାନ୍‌ ମି ପାର୍‌ତାନା ୱେର୍‌ଆ, ରକ୍‌ୟାଦି ନାଣ୍ତିଙ୍ଗ୍‌ ମି ସାକା ଆତା ।” ୱେନ୍‌ଡ୍ରୁ ! ଇକା ଆଜିନାତ୍, ମାପୁରୁଦି ଦୟା ମାନାନି ବେଡ଼ା । ନେରୁ ଆଜିନାତ୍ ରକ୍‌ୟାଦି ଦିନ୍‌ । 
ଆମା ସେବାକିନି ବାଡି ମାପ୍‌ ପୟ୍‍ତା ମାନାପ୍, ତାନି ଦସ୍‍ ଏଣ୍ତେସ୍‌ ଆଏତ୍‍, ଆୟାଉଣ୍ତିଙ୍ଗ୍‌ ମାପ୍‌ ଏମେୱାନି ପାଣିଦୁ ବାଦା ସିଏପ୍ । 
ମାରି ମାଡୁ ୱିଜୁ ଅବସ୍ଥାଦୁ ନିଜେଦିଙ୍ଗ୍ ମାପୁରୁଦି ସେବାକିନିକା ୱାଜା ଜାଣାସିନା କିଜିନାପ୍‌ । ନାଣ୍ତ ସାହାସ୍‍ତାନ୍‍ ମାପ୍‌ ୱିଜୁ ରକମ୍‌ତି କାସ୍ଟୁ, କାକୁର୍ତି ମାରି କାସ୍ଟୁ ସାସ୍‍କିତାମାନାପ୍; 
ମାପ୍‌ ମାଡ୍‌ ତିର୍‌ଆର୍ହାପ୍‍, ଜେଲଦଣ୍ତ ବୋଗକିତାମାନାପ୍‍, ଜୁଦ୍‌ଦୁ ସାମ୍‍ନା କିତାମାନାପ୍‍; ନାଣ୍ତକାସ୍ଟୁପାଣି କିତାମାନାପ୍‍, ଅନିଦ୍ରାଆଜି ତେବାତାପ୍‍ ମାରି କାଦି ଉଣୁଏଣ୍‌ଗା ତେବାତାମାରାପ୍ । 
ମା ପବିତ୍ରତା ବୁଦି, ସାହାସ୍‍, ଦୟା, ସତ୍‍ ଜିବନ୍‍ନୋନିକା ମାରି ସତ୍‍ତି ମାଟା ଉଣ୍ତିଙ୍ଗ୍‌ ପବିତ୍ର ମାପୁରୁଦି ସାକ୍ତିଦାନ୍ ମାପ୍‌ ମାପୁରୁଦି ସେବକ ଇଜି ପରିଚୟ ସିତାମାନାପ୍‍, 
ସତ୍‍ ବାକ୍ୟଦୁ, ମାପୁରୁଦି ସାକ୍ତିଦୁ ଉଣେରି ତରିନ୍‌ ନି ଡେବ୍ରି ତରିନ୍‍ ବିରୁଦ୍‌ତାନ୍ ଲଡ଼େଇ କିନି ଉଣ୍ତିଙ୍ଗ୍ ଦାର୍ମୁ ଜିବନ୍‌ ମା ପେରି ସାଜୁ । 
ମାପ୍‌ ସନ୍‌ମାନ୍‌ ଆଜିନାପ୍‍ ମାରି ଅପମାନିତ ଆଜିନାପ୍‍, ପ୍ରସଂସା ମାରି ସେମାର୍‍ ପୟ୍‍ଜିନାପ୍ । ମାଙ୍ଗିଁ ମିଚୁଆର୍‍ ଇଜି ଅପମାନ୍‍ ସିତାମାନାର୍, ଆତିଙ୍ଗ୍‍ଁବା ମାପ୍‌ ପୁରା ସତ୍‌ ଇଜିନାପ୍‍ । 
ମାପ୍‌ ନେସ୍‍ତି ଲୋକ୍‍ ଆଜି ବା ନେସ୍‍ଇ ଲୋକା ୱାଜା, ଜିବନ୍‌ ମାନ୍‍ଜି ବା, ସାତିକାର୍‍ ଇଜି ଦର୍‍ପୟ୍‍ତାପ୍‍ । ମାପ୍‌ ଦଣ୍ତ ପୋଇତାମାନାପ୍‍, ମାତର ସାଏପ୍‍ । 
ମାପ୍‌ ଆଡ଼୍‍ବାଜି ବା ୱିଜୁଦିନ୍ ୱେଡ଼ିକା । ମାପ୍‌ କାକୁର୍ତିୱାଜା ତରାଜିନାପ୍‍, ମାତର ଏସ ଲୋକାଙ୍ଗ୍‌ ମାଜନ୍‍କିତାମାନାପ୍‍ । ମାଙ୍ଗିଁ ଇନିକା ସିଲେତିୱାଜା ମନେଆଜିନାତ୍, ମାତର ସତ୍‌ତାନ୍‌ ମାପ୍‌ ୱିଜୁଦି ଅଦିକାରିର୍‍ । 
କରନ୍ତିଦି ଲାଡ୍‍ତି ତଡ଼ାନ୍‍କୁ ନି ତାଙ୍ଗିଁକ୍‍ ମାପୁ ସୁରି ୱାର୍‍ଗିନି ଲୋକ୍‍ ସିଲେ ମିଙ୍ଗିଁ ୱିଜୁ ଇର୍ହାମାନାପ୍ । ମି ଲାକୁତୁ ମା ଜିବନ୍‌ ରେତା ସିତାମାନାପ୍ । 
ମାପୁ ମି ଉଣ୍ତିଙ୍ଗ୍‌ କେରେପ୍‍ତି ଜିବନ୍‌ ଆଏପ୍, ମାତର ମି ଜିବନ୍‌ ମା ଉଣ୍ତିଙ୍ଗ୍‌ କେର୍‍ବିତାମାନାତ୍‍ । 
ମିଙ୍ଗିଁ ନା କଡ଼ର୍ ଇଜି ଅଡ଼୍‍ବିଜି ଇୟାୱିଜୁ ଇଜିନା । ମା ଅଡ଼ବିନି ଇସାବ୍‍ତାନ୍‍ ମି ଜିବନ୍‌ ରେଆପିତ୍‍ । 
ମିର୍‌ କ୍ରିସ୍ତଦିମାନୁ ଏମେକାର୍‌ ବିସ୍‍ବାସ୍‍ କିଏର୍‌ ୱାରିୱାଲେ ସାମାନ୍ ପାଣି କିଦେଙ୍ଗ୍ ସେସ୍ଟା କିମାଟ୍ । ଇକା ଏସାଙ୍ଗ୍‍ ବା ଆଦେଙ୍ଗ୍‍ଁ ଆଟ୍‍ଏତ୍‍ । ଦାର୍ମୁ ମାରି ଅଦାର୍ମୁ ମିସାନେ ଏମେ ? ଜାୟ୍‌ ନି ସିକାଟି ଏଣ୍ତେସ୍‌ ଅର୍‌ସେ ତେବାନେ ? 
କ୍ରିସ୍ତ ମାରି ସୟତାନ୍ ଏଣ୍ତେସ୍ ଉଣ୍ତ୍ରେ ମାଟା ଆନାର୍ ? ବିସ୍‍ବାସି ୱାଲେ ଅବିସ୍‍ବାସି ଏମେ ବିସୟ୍‍ତୁ ଉଣ୍ତ୍ରେ ମାଟା ଆଦେଙ୍ଗ୍‌ ଆଟ୍‍ନାର୍‍ ? 
ମାପୁରୁଦି ମନ୍ଦିର୍‌ତୁ ଏଣ୍ତେସ୍ ଦିୟାମ୍‍ ତିଆର୍‍ ଆନାତ୍‌ ? ମାଡ୍‌ ତୋ ଜିବନ୍‍ମାନି ମାପୁରୁଦି ମନ୍ଧିର୍‍, ଇରିଙ୍ଗ୍‌ ମାପୁରୁ ନିଜେ ଇର୍ହାମାନାନ୍‌, “ନା ଲୋକାୱାଲେ ନାନୁ ବାସାକିନା ମାରି ୱାରି ମାନୁ ତେବାନା; ନାନୁ ୱାରି ମାପୁରୁ ଆନା ମାରି ୱାର୍‌ ନା ନିଜେ ଲୋକ ଆନାର୍ ।” 
ଆଦେଙ୍ଗ୍‌ ପ୍ରବୁ ଇନାନ୍‌, “ୱାରି ମାଡ଼ାନ୍‍କୁ ମିର୍‌ ସୋହସିରାଦୁ, ୱାରିମାଡ଼ାନ୍‍କୁ ନିଜେଦିଙ୍ଗ୍‍ ୱେର୍‌ଏ କିଦୁ । ତାଗ୍‍ଇ ବିସୟ୍‍ତି ୱାଲେ ମିସାମାଟ୍, ଆର୍‍ତିଙ୍ଗ୍‍ଁ ନାନୁ ମିଙ୍ଗିଁ ଆସ୍‍ନା । 
ନାନୁ ମି ବୁବା ଆନା, ମାରି ଆନିଦେର୍‌ ନା କଡ଼ର୍ ଆଇଲିକ୍‌, ସର୍ବସାକ୍ତିମାନ୍ ପ୍ରବୁ ଇୟା ବଲୁ ଇନାନ୍‌ ।” 
