﻿ରୋମିୟ.
15.
ବିସ୍‍ବାସ୍‍ତୁ ବପୁ ଜେ ମାଡ୍‌, ୱାର୍‌ ସାକିସିଲି ବିସ୍‌ବାସ୍‌ ତଡ଼ାନ୍‌ତି ଦୋସ୍‌ ସାକିସିଲି ଉଣ୍ତିଙ୍ଗ୍‌ ଲାକ୍‌ତୁ ଆଦୁ । ଏନ୍‌ ନିଜେଦିଙ୍ଗ୍‍ଁ ୱେଡ଼ିକା କିନି ଉଣ୍ତିଙ୍ଗ୍‌ ବଦା କିମାକିନ୍‌ । 
ମାତର୍‌ ଆଇୱାରି ନେଗି ଉଣ୍ତିଙ୍ଗ୍‍ଁ ମାରି ୱାରି ବିସ୍‍ବାସ୍‍ତିଙ୍ଗ୍‍ଁ ଡାଟ୍‍ କିନି ଉଣ୍ତିଙ୍ଗ୍‍ଁ ୱାରିଙ୍ଗ୍‍ଁ ୱେଡ଼ିକା ଇଡ୍‍ଦେଙ୍ଗ୍‍ଁ ମା ପାଣି । 
କ୍ରିସ୍ତ ନିଜେଦି ସୁକ୍‌ ଉଣ୍ତିଙ୍ଗ୍‍ଁ ଇନିକା କିଏଜିମାର୍ହାନ୍‍ । ମାତର୍‌ ସାସ୍ତ୍ର ଇସାବ୍‍ତାନ୍‍, “ୱାର୍‌ ମିଙ୍ଗିଁ ସିଜିମାନି ଅପ୍‍ମାନ୍‍ ନାନୁ ସାସ୍‌ କିଜିନା ।” 
ମାରି, ଦାର୍ମୁସାସ୍ତ୍ରଦି ସିକିୟାୱିଜୁ ମା ନେଗି ଉଣ୍ତିଙ୍ଗ୍‍ଁ ସିଆୟ୍‍ଆତାମାନାତ୍‍ । ଆସାଦୁ ତିର୍‍ ତେବାନି ଉଣ୍ତିଙ୍ଗ୍‍ଁ ସାସ୍ତ୍ର ମାଙ୍ଗିଁ ସାସ୍‌ ନି ୱେଡ଼ିକା ସିନାତ୍‍ । 
କ୍ରିସ୍ତ ଜିସୁଦି ୱେନ୍‌କା ସୋଲ୍‌ସି ବୁଲାନି ୱାଜା ୱିଜେରି ଆୟାୱାଜା ମନ୍‍ସିନ୍ତା ଆନି ଉଣ୍ତିଙ୍ଗ୍‍ଁ ସାସ୍‌ ନି ୱେଡ଼ିକାଦି ଇସାବ୍‍ତାନ୍‍ ମାପୁରୁ ମିଙ୍ଗିଁ ସାକା କିପିନ୍‍ । 
ୱିଜେରେ ମିସାଜି ଉନ୍‍ଣ୍ତ୍ରେ ବଲ୍‍ତାନ୍‍ ପ୍ରବୁ ଜିସୁ କ୍ରିସ୍ତ ବୁବା ମାପୁରୁଦି ଦନ୍ୟବାଦ୍‍ କିଦୁ । 
କ୍ରିସ୍ତ ଏଣ୍ତେସ୍‌ ମିଙ୍ଗିଁ ଆସ୍‍ତାମାନାନ୍‍, ମାପୁରୁଦି ମହିମା ଉଣ୍ତିଙ୍ଗ୍‍ଁ ମିର୍‌ ଆୟାୱାଜା ଆପ୍‍ଣା ଆପ୍‍ଣାଦିଙ୍ଗ୍‍ଁ ଆସ୍‌ତୁ । 
ଇରିଙ୍ଗ୍‍ଁ କ୍ରିସ୍ତଦି ସେବାଦି ଜିବନ୍‌ ଜିହୁଦିଲୋକା ଉଣ୍ତିଙ୍ଗ୍‍ଁ ଟିକ୍‍ ମାର୍ହାତ୍‌ । ୱାରିଙ୍ଗ୍‍ଁ ୱାନ୍‌ ତର୍‍ତେଙ୍ଗ୍‍ଁ ବଦାକିଜିମାର୍ହାନ୍‍ ଜେ ମାପୁରୁ ବିସ୍‌ସାସ୍‍ତିକାନ୍‍, ଜିହୁଦି ଜାତିଦି ଡକ୍ରାଦାଦାରିଙ୍ଗ୍‍ ସିତିମାନି ୱାନି ମାଟାୱିଜୁ ୱାନ୍‌ କିନାନ୍‍ । 
ମାପୁରୁଦି ଦୟା ଉଣ୍ତିଙ୍ଗ୍‍ଁ ଅଣଜିହୁଦି ଲୋକୁ ବା ୱାନି ଦନ୍ୟବାଦ୍‍ କିନାର୍‌ । ଇୟା ବିସୟ୍‌ତାନ୍‌ ସାସ୍ତ୍ରଦୁ ରାସାତାମାନାତ୍‌ “ଅଣଜିହୁଦି ଲୋକା ଲୋଇ ନି ଦନ୍ୟବାଦ ନାନୁ କିନା, ୱିଜୁଦିନ୍‍ ନି ଦନ୍ୟବାଦ୍‌ ପାଟା ପାର୍‍ନା ।” 
ମାରି ବା ରାସାତାମାନାତ୍‌, “ଅଣଜିହୁଦି ଲୋକୁ ମାପୁରୁଦି ଲୋକାୱାଲେ ୱେଡ଼ିକା କିପିର୍‍ !” 
ମାରି, “ଅଣଜିହୁଦି ୱିଜୁ ଲୋକୁ ପ୍ରବୁଙ୍ଗୁଁ ଦନ୍ୟବାଦ କିପିର୍‍; ୱାନିଙ୍ଗ୍‍ଁ ୱିଜୁ ଲୋକୁ ଦନ୍ୟବାଦ୍‍ତି ପାଟା ପାରିର୍‍ !” 
ମାରି ଜିସାଇୟ ଇର୍ହାମାନାନ୍‌, “ଜେସିଦି ଅରେନ୍‍ କୁଟୁମ୍‍ତିକାନ୍‍ ତରାଆୟ୍‍ଆନାନ୍‍, ୱାନ୍‌ ଅଣଜିହୁଦି ଲୋକାଙ୍ଗ୍‍ଁ ସାସନ୍‍ କିନାନ୍‍ ମାରି ୱାର୍‌ ୱାନିମାନୁ ଆସା ଇଡ୍‍ନାର୍‍ ।” 
ୱିଜୁ ଆସାଦି ଅଦିକାରି, ମାପୁରୁ ମି ବିସ୍‍ବାସ୍‍ ଉଣ୍ତିଙ୍ଗ୍‍ଁ ମିଙ୍ଗିଁ ୱେଡ଼ିକା ନି ସାନ୍ତିଦୁ ପୁରା କିପିନ୍‍ । ପବିତ୍ର ଆତ୍ମାଦି ସାକ୍ତିଦାନ୍‍ ମି ଆସା ପିରିତ୍‍ । 
ନା ତଡ଼ାନ୍‍କୁ ନି ତାଙ୍ଗିଁକ୍‍, ନା ବିସ୍‍ବାସ୍‍, ମିର୍‌ ୱିଜୁ ନେଗିଗୁଣ୍‍ ନି ବୁଦିଦୁ ପୁରାଆଜି ମାରି ନିଜେନିଜେଦିଙ୍ଗ୍‍ଁ ସିକିୟା ସିଦେଙ୍ଗ୍‌ ଆଟ୍‌ନିଦେର୍‌ । 
ଇୟା ଆକୁଦୁ ମିଙ୍ଗିଁ ଏସ ବିସୟ୍‍ ଉଣ୍ତିଙ୍ଗ୍‍ଁ ଜାଗାର୍‌ତା କିଦେଙ୍ଗ୍‍ଁ ଇଜି ନାନୁ ମାପୁରୁ ଲାକୁତୁ ବପୁ ଆତାମାନା, 
ଇରିଙ୍ଗ୍‍ଁ କ୍ରିସ୍ତ ଜିସୁଦି ଦାସ୍‍ ୱାଜା ଅଣଜିହୁଦି ଲୋକାଙ୍ଗ୍‍ଁ ଉଣ୍ତିଙ୍ଗ୍‍ଁ ପାଣି କିଦେଙ୍ଗ୍‍ଁ ଇଜି ମାପୁରୁ ନାଙ୍ଗିଁ ସାରି ସିତାମାନାନ୍‌ । ମାପୁରୁଦି ସୁସମାଚାର୍‌ ୱେର୍‍ତେଙ୍ଗ୍‍ଁ ଇଜି ନାନୁ ଅରେନ୍‍ ଦାର୍ମୁଗୁରୁ ୱାଜା ପାଣି କିଜିନା । ଅଣଜିହୁଦି ଲୋକୁ ପବିତ୍ର ଆତ୍ମାଦି ମାଣାନ୍‌ ସିୟାୟ୍‍ଆତି ବିସୟ୍‌ତି ୱାଜା ମାପୁରୁଦି ଲାକ୍‍ତୁ ସର୍‌ପେ ଆପିର୍‍, ଇକା ନା ବଦା । 
କ୍ରିସ୍ତ ଜିସୁଦି ୱାଲେ ମିସାଜି ମାପୁରୁଦି ଉଣ୍ତିଙ୍ଗ୍‍ଁ ଇୟା ସେବା ପାଣି କିଜିମାନିଙ୍ଗ୍‍ଁ ନାନୁ ନିଜେଦିଙ୍ଗ୍‌ ଗର୍ବ ଏତ୍‌ କିଜିନା । 
ଅଣଜିହୁଦି ଲୋକାଙ୍ଗ୍‍ଁ ମାପୁରୁଦିଙ୍ଗ୍‍ଁ ମାନାଦେଙ୍ଗ୍‍ଁ ଇଜି କ୍ରିସ୍ତ ନା ମାଣାନ୍‌ ଇନିକା କିତାମାନାନ୍‌, କେବଲ ଇୟା ମାଟା ଇନ୍‍ଡ୍ରେଙ୍ଗ୍‍ଁ ନାନୁ ସାସ୍‍ତିକାନ୍‍ ଆତାମାନା । 
ଇକା ୱାନ୍‌ କିତାମାନାନ୍‌, ବାକ୍ୟ ନି ପାଣି ଦାନ୍‍ ମାରି ମାପୁରୁଦି ଆତ୍ମାଦି ସାକ୍ତିଦାନ୍‍ । ଆଦେଙ୍ଗ୍‍ଁ ନାନୁ ଜିରୁସାଲାମ୍‍ତାନ୍‍ ଇଲିରିକମତୁ ସନି ୱାଲେ ସାରିଦୁ କ୍ରିସ୍ତଦି ସୁସମାଚାର୍‌ ୱେର୍‍ତାମାନା । 
ଏମେ ବାଡିଆଙ୍ଗ୍‍ଁ ଲୋକୁ କ୍ରିସ୍ତଦି ବିସୟ୍‍ତାନ୍‍ ୱେନ୍‌ଏର୍‌, ଆବେ ୱାନି ମାଟା ୱେର୍‍ତେଙ୍ଗ୍‍ଁ ନା ବଦା, ଇରିଙ୍ଗ୍‍ଁ ଆଇକାର୍‌ ପକ୍‍ତିମାନି କୁନାଦି ମୁସ୍‌କୁ ଇଲୁ ତର୍‍ତେଙ୍ଗ୍‍ଁ ନାନୁ ବଦାକିଏ । 
ସାସ୍ତ୍ର ଏଣ୍ତେସ୍‌ ରାସାତାମାନାତ୍‌ : “ଏମେକାର୍‌ ୱାନି ମାଟା ୱେନ୍‌ଏର୍‌, ୱାର୍‌ ସୁଣାର୍‍; ଏମେକାର୍‌ ୱେନ୍‌ଏର୍‌, ୱାର୍‌ ବୁଜାନାର୍‍ ।” 
ଏସ ଦେବେଙ୍ଗ୍‍ଁ ମି ଲାକ୍‍ତୁ ୱାନି ଉଣ୍ତିଙ୍ଗ୍‍ଁ ନା ବଦା ସିଲେତ୍‌ ଆତାମାନାତ୍‌ । 
ମାତର୍‌ ଇୟା ରାଜିଦୁ ନା ପାଣି ୱିଜିତାମାନାତ୍‍ ମାରି ନା ଆସା, ମିଙ୍ଗିଁ ସୁଡ଼ୁଦେଙ୍ଗ୍‌ ଇଜିନା ଏସ ବାର୍‍ସେକ୍‍ତି ଆସା ଇଲେଇ ପୁରା ଆନାତ୍‌ । 
ସ୍ପେନ୍‍ ସନି ସାରିଦୁ ମିଙ୍ଗିଁ ସୁଡ଼ୁଗା ୱାନା ଇଜି ଅଡ଼୍‌ବିଜିନା । ମି ଲାକ୍‍ତୁ ଏସ ସମୟ୍‍ ତେବାତି ୱେନ୍‌କା ମି ସାକାଦାନ୍‍ ସ୍ପେନ୍‍ତୁ ସନା । 
ଇୟାଦାପ୍ରେ ମାପୁରୁଦି ଲୋକା ସେବା କିଦେଙ୍ଗ୍‍ଁ ନାନୁ ଜିରୁସାଲାମ୍‍ତୁ ସନ୍‍ଡ୍ରେଙ୍ଗ୍‍ଁ ସତାମାନା । 
ଜିରୁସାଲାମ୍‍ତୁ ମାପୁରୁଦି ଏମେ ଲୋକୁ କାକୁର୍ତି ମାନାର୍‌, ୱାରି ଉଣ୍ତିଙ୍ଗ୍‍ଁ ଏସ ଡାବୁଙ୍ଗୁଁ ସାହାଜ୍ୟ ପକ୍‍ତେଙ୍ଗ୍‍ଁ ମାସିଦନିଆ ନି ଆକାୟାଦି ମଣ୍ତଲିଙ୍ଗ୍‍ଁ ବଦା କିତାମାନାର୍‌ । 
ଇକା ୱାରି ନିଜେଦି ବଦା; ସତ୍‌ତାନ୍‌ ଇୟାୱାଜା କିନିକା ୱାରି ପାଣି । ଜିହୁଦିଲୋକୁ ନିଜେଦି ଆତ୍ମିକ ଆର୍ସିବାଦତୁ ଅଣଜିହୁଦି ଲୋକାଙ୍ଗ୍‍ଁ ମିସା କିତାମାନାର୍‌ଆକା, ଜିହୁଦିଲୋକାଙ୍ଗ୍‍ଁ ନିଜେଦି ଡାବୁଙ୍ଗୁଁ ସିଜି ଆର୍ସିବାଦ୍‍ତୁ ମିସାକିଜି ୱାରିଙ୍ଗ୍‍ଁ ସେବା କିନିକା ଅଣଜିହୁଦି ଲୋକା ପାଣି । 
ଜିରୁସାଲାମ୍‍ତୁ ଆୟା ଡାବୁଙ୍ଗୁଁ ସିଜି ନା ପାଣି ୱିସ୍‌ତି ୱେନ୍‌କା, ନାନୁ ସ୍ପେନ୍‍ ସନ୍‍ଡ୍ରେଙ୍ଗ୍‍ଁ ସୋତା ମାରି ସାରିଦୁ ମିଙ୍ଗିଁ ସୁଡ଼ୁନା ୱାନା । 
ନାନୁ ନେସ୍‍ନା, କ୍ରିସ୍ତଦି ମାଣାନ୍‌ ପୁରାଦାନ୍‌ ଆର୍ସିବାଦ୍‌ ଅସି ନାନୁ ମି ଲାକ୍‍ତୁ ୱାନା । 
ଏ ତଡ଼ାନ୍‌କୁ ନି ତାଙ୍ଗିକ୍ ପ୍ରବୁ ଜିସୁ କ୍ରିସ୍ତଦି ଦର୍‍ତାନ୍‍ ନି ପବିତ୍ର ଆତ୍ମାଦି ସିତିମାନି ଜିବନ୍‍ନନି ଉଣ୍ତିଙ୍ଗ୍‍ଁ ମାପୁରୁଦି ଲାକ୍‌ତୁ ନାନୁ ମିଙ୍ଗିଁ ବାତିଙ୍ଗ୍‌ ମାଲ୍‍ଜିନା, ନା ଉଣ୍ତିଙ୍ଗ୍‍ଁ ୱିଜୁଦିନ୍‍ ପାର୍‍ତନା କିଦୁ । 
ଜିହୁଦା ଦେସ୍‌ତି ଅବିସ୍‍ବାସ୍‍ତି ଲୋକା ଲାକ୍‌ତୁରାନ୍‌ ନାନୁ ଏଣ୍ତେସ୍‌ ନେଗେନ୍‌ତାନ୍‍ ତେବାନା ମାରି ଜିରୁସାଲାମ୍‍ତୁ ନା ସେବା ପାଣି ଏଣ୍ତେସ୍‌ କିନାର୍‌, ଆୟାଉଣ୍ତିଙ୍ଗ୍‌ ପାର୍‍ତନା କିଜିମାନ୍‍ଡ୍ରୁ । 
ମାପୁରୁଦି ବଦା ଆତିଙ୍ଗ୍‍ଁ, ନାନୁ ମି ଲାକ୍‍ତୁ ୱେଡ଼ିକାଦାନ୍‍ ୱାନା ମାରି ମି ୱାଲେ ଏସ ଦିନ୍‍ ତେବାଜି ନା ମନ୍‍ତୁ ଆରାମ୍‌ କିନା । 
ୱିଜୁ ସାନ୍ତି ସିନି ମାପୁରୁ ମି ୱାଲେ ତେବାପିନ୍‍ । ଆମେନ୍‍ । 
